
ରାଜସ୍ଥାନରେ ମୋଟ ୨୦୦ଟି ଆସନ ଥିବାବେଳେ ୧୯୯ଟିରେ ଭୋଟ ଗ୍ରହଣ ହୋଇଥିଲା । ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଏହି ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ରହିଛି । ଦୈନିକ ଭାସ୍କରର ରିପୋର୍ଟ ଅନୁସାରେ ବିଜେପି ୯୮ରୁ ୧୦୫ଟି ଆସନ, କଂଗ୍ରେସ ୮୫ରୁ ୯୫ଟି ଆସନ ଜିତିବ । ସେହିପରି ଜନକି ବାତର ପୂର୍ବାନୁମାନ ଅନୁସାରେ ବିଜେପି ୧୦୦ରୁ ୧୨୨ଟି ଆସନ ଜିତିବ, କଂଗ୍ରେସ ୬୨ରୁ ୮୫ଟି ଆସନ ଜିତିବ । ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ପୂର୍ବାନୁମାନ ଅନୁସାରେ ବିଜେପି ୮୦ରୁ ୧୦୦ଟି ଆସନ, କଂଗ୍ରେସ ୧୦୦ରୁ ୧୦୬ଟି ଆସନ ଜିତିବାର ସମ୍ଭାବନା ରହିଛି । ପି-ମାର୍କ୍ୟୁର ରିପୋର୍ଟ ଅନୁସାରେ ବିଜେପି ୧୦୫ରୁ ୧୨୫ଟି ଆସନ ଜିତିବ, କଂଗ୍ରେସ ୬୯ରୁ ୯୧ଟି ଆସନ ଜିତିବ ।
ତେବେ ଡିସେମ୍ବର ୩ ତାରିଖରେ ୫ଟି ରାଜ୍ୟରେ ଭୋଟ ଗଣତି ପରେ କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ଓ କାହାର ଯାଦୁ କାମ କରିବ ତାହା ସ୍ପଷ୍ଟ ହୋଇଯିବ।