
ଅନ୍ଲାଇନ୍ ବା ଭର୍ଚୁଆଲରେ କୋଚିଂ ପାଇଁ ଯୋଜନା ହୋଇଛି। ତେଣୁ ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବା ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ଅଧିକାଂଶ ଉଚ୍ଚ ମାଧ୍ୟମିକ ସ୍କୁଲ୍ରେ ସ୍ମାର୍ଟ କ୍ଲାସ୍ର ବିକାଶ ପାଇଁ ଯୋଜନା ଓ କାର୍ଯ୍ୟାନ୍ବୟନ ବିଭାଗ ପକ୍ଷରୁ ସହାୟତା ପାଇସାରିଛନ୍ତି। ଯେଉଁ ସ୍କୁଲ୍ ଏହି ସହାୟତା ପାଇନାହାନ୍ତି ସେମାନେ ସାମ୍ସ ଆକାଉଣ୍ଟ କିମ୍ବା ସ୍କୁଲ୍ର ବିକାଶ ପାଇଁ ଦିଆଯାଇଥିବା ପାଣ୍ଠିରୁ ଏଥିଲାଗି ଅର୍ଥ ବିନିଯୋଗ କରାଯାଇପାରିବେ ବୋଲି କୁହାଯାଇଛି।