
ଅନ୍ୟପଟେ ଆଜି ସୋମାଲିକା ହାଜର ହେବା କଥା। ହେଲେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଜର ହେଲେନି ସୋମାଲିକା। ଆଜିର ଶୁଣାଣି ପରେ ବିବାହ ପଞ୍ଜିକରଣ ଅଧିକାରୀ ଏହା ଉପରେ ନିଜର ନିଷ୍ପତ୍ତି ଶୁଣାଇବେ।
କଟକ ବିବାହ ପଞ୍ଜିକରଣ ଅଧିକାରୀ ଗୋପବନ୍ଧୁ ପରିଡା କହିଛନ୍ତି, ସୋମାଲିକା ଆଜି ଆସିଲେ ନାହିଁ। ସେ ଅସୁସ୍ଥ ଅଛନ୍ତି ବୋଲି ତାଙ୍କ ଓକିଲ୍ ମାଧ୍ୟମରେ କହିଛନ୍ତି। ସାକ୍ଷୀ ହିସାବରେ ପ୍ରତ୍ୟୁଷା ନନ୍ଦଙ୍କ ସ୍ୱାମୀ ତୃପ୍ତିରଞ୍ଜନ ରାଉଳଙ୍କୁ ଡାକିଥିଲୁ। ସେ ଆଜି ଆସିଥିଲେ। ବିବାହ ବିଚ୍ଛେଦ ହୋଇଛି ବୋଲି ପ୍ରମାଣ ଦେଖାଇଲେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।