Spread the love

 

skymet-weather

ଭୁବନେଶ୍ୱର: ଦକ୍ଷିଣ-ଆଣ୍ଡାମାନ ସାଗର ଓ ତାହାର ସଂଲଗ୍ନ ମଲାକ୍କା ଷ୍ଟ୍ରେଟ୍‌ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି। ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୩୦ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ତେବେ ବାତ୍ୟାର ରୂପରେଖ କଣ ହେବ, ତାହା ୨୯ ତାରିଖ ପରେ ହିଁ ସ୍ପଷ୍ଟ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଏହି ୪ ଦିନ ପାଗ ଶୁଖିଲା ଓ ଖରାଟିଆ ରହିପାରେ। ଏହି ୪ ଦିନ ରାଜ୍ୟର ପାଗରେ ବି‌ଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଥଣ୍ଡା ଏହିଭଳି ରହିବ ବୋଲି ସୂଚନା ମିଳିଛି।

 

Leave a Reply

Your email address will not be published. Required fields are marked *