
ଆସାମର ରାଜ୍ୟପାଳ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ, ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରର ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ, ଯିଏ କି ଏବେ ଛତିଶଗଡ଼ର ରାଜ୍ୟପାଳ ରହିଛନ୍ତି। ସମସ୍ତଙ୍କ ପାଇଁ ରାଜ୍ୟବାସୀ ଖୁସି ହୋଇଛନ୍ତି। ମାତ୍ର ଛତିଶଗଡ଼ ରାଜ୍ୟପାଳ ନିଜ ପୁଅଙ୍କ ପାଇଁ ଏକ ରାଜନୈତିକ ପଦବି ଖୋଜିବା ନିମନ୍ତେ ବ୍ୟଗ୍ର ଅଛନ୍ତି। ଯିଏ କି ତାଙ୍କ ଜୀବନରେ କେବେ ବି ନିର୍ବାଚନ ଜିତି ନାହାନ୍ତି। ଏପରିକି କାଉନସିଲର ନିର୍ବାଚନ ମଧ୍ୟ ହାରିଛନ୍ତି। ତେଣୁ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ଛତିଶଗଡ଼ ରାଜ୍ୟପାଳ ନିଜ ପଦ ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ ବୋଲି ଆଶା କରାଯାଉଛି। ସେ ଆହୁରିମଧ୍ୟ କହିଛନ୍ତି ଯେ ଛତିଶଗଡ଼ ରାଜ୍ୟପାଳ ଏଭଳି ବୟାନବାଜିରୁ ଦୂରେଇ ରୁହନ୍ତୁ। ପୂର୍ବରୁ ଆନ୍ଧ୍ର ଓ ଏବେ ଛତିଶଗଡ଼ ରାଜ୍ୟପାଳ ଭାବେ ଦାୟିତ୍ବ ନେବା ସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତାହା ଅନୁଯାୟୀ ତାଙ୍କର ଦାୟିତ୍ବ ଅଣ ରାଜନୈତିକ ହେବା ଉଚିତ୍ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।