
ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କି.ମି. ହେବ ବୋଲି ଅନୁମାନ କରିଛି ବିଭାଗ। ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ନଭେମ୍ବର ଶେଷ ହେବାକୁ ବସିଥିବା ବେଳେ ରାଜ୍ୟରେ ଶୀତର ପ୍ରଭାବ ନାହିଁ। ସର୍ବନିମ୍ନ ତାପମାତ୍ରା ୧୫ରୁ ୨୩ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହୁଛି। ଦିନର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ୨୭ରୁ ୩୦ ଡିଗ୍ରୀ ସେଲ୍ସିୟସ ଉପରେ ରହୁଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ଦିନର ତାପମାତ୍ରା ହ୍ରାସ ପାଉନାହିଁ। ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉ ନ ଥିବାରୁ ରାତ୍ରିର ତାପମାତ୍ରା ହ୍ରାସ ପାଉନାହିଁ। ଯଦିଓ ହାଲୁକା ଶୀତ ହେଉଛି ତେବେ ପାରଦ ତଳମୁହାଁ ହେଉନାହିଁ। ଆସନ୍ତା ୩/୪ ଦିନ ମଧ୍ୟ ପାଗରେ କୌଣସି ପରିବର୍ତ୍ତନର ସଙ୍କେତ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।