
ଉମୁରୀ ଷ୍ଟେସନରୁ ରେକ୍ ରେ ପଠାଇବା ପାଇଁ ଟ୍ରକ ଗୁଡିକର ଓଜନ ଆମ୍ବାଗୁଡା ଓ ବିଷୋଇପୁଟ ୱେ ବ୍ରିଜ୍ ନିକଟରେ କରାଯାଉଛି। ଫଳରେ ମକା ଲୋଡ ଥିବା ଏବଂ ଅନଲୋଡ ହୋଇଥିବା ଶତାଧିକ ଟ୍ରକ ଏବେ ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ୨୬ର ଦୁଇ ପାର୍ଶ୍ବରେ ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ଉମୁରୀ ଷ୍ଟେସନରୁ ୪ଟି ରେକ୍ ମାଲ ୧୦ହଜାର ଟନ ଯାଇଥିବା ବେଳେ ଆହୁରି ବଳକା ୧୦ହଜାର ଟନ ଯିବା ପାଇଁ ରେଳବିଭାଗ ଆବଶ୍ୟକ ପରିମାଣର ରେକ (ଗୁଡସ୍ ) ଟ୍ରେନ ଦେଉନି। ଏହା ସାଙ୍ଗକୁ ବର୍ଷା ବାଧକ ସାଜିଛି। ଏଥିରୁ କିଛି ପରିମାଣର ଚାଷୀଙ୍କ ନିକଟରେ ଆଉ କିଛି ଟ୍ରେଡର୍ସଙ୍କ ନିକଟରେ ରହିଛି । ଏହା ସାଙ୍ଗକୁ ବଡ ଟ୍ରକ ମିଳୁ ନଥିବାରୁ ଟ୍ରେଡର୍ସ ମାନେ ପଠାଇବା ପାଇଁ ଚିନ୍ତାରେ ରହିଛନ୍ତି। ଏବେ କ୍ବିଣ୍ଟାଲ ପିଛା ୨୧ଶହରୁ ୨୧ଶହ ୫୦ଶହ ଟଙ୍କା ମଧ୍ୟରେ ମକା ମଂଜି କିଣାଯାଇଛି। ଚାଷୀ ମାନେ ମଧ୍ୟ ଭଲ ଲାଭ ପାଇଛନ୍ତି। ଏଥରକ ଭଲ ମଂଜି ବାହାରିନଥିବାରୁ ଏହି ମଂଜିର ଚାହିଦା ବି ଅଧିକା ରହିଛି। ଜିଲ୍ଲାରେ ଏବର୍ଷ ୨୦ହଜାର ୭୬୦ହେକ୍ଟର ଜମିରେ ମକା ଚାଷ କରାଯାଇଛି। ଏକରପିଛା ୨୦ରୁ ୨୫କୁଇଣ୍ଟାଲ ଉତ୍ପାଦନ ହେବା ସ୍ଥାନରେ ୧୦ରୁ ୧୨କୁଇଣ୍ଟାଲ ଉତ୍ପାଦନ ହୋଇଛି। ଜୟପୁର ଓ ବୋରିଗୁମ୍ମା ବ୍ଲକରେ ଏବେ ବି ଚାଷୀଙ୍କ ନିକଟରେ ମଂଜିଥିବା ଟ୍ରେଡର୍ସ ମାନେ କହିଛନ୍ତି। ଆବଶ୍ୟକ ପରିମାଣର ରେକ୍ ଓ ଟ୍ରକ ମିଳୁନଥିବାରୁ ଟ୍ରେଡର୍ସ ମାନେ ଚାଷୀଙ୍କ ଠାରୁ ମଂଜି କିଣିବାକୁ ଭୟ ପ୍ରକାଶ କରୁଛନ୍ତି। ଏଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି।