
ଏହା ପରେ ପାରମ୍ପାରିକ ରୀତିନୀତିରେ ପ୍ରତିମାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ପ୍ରତିମା ଦୁଇ ବର୍ଷ ତଳୁ ମୁମ୍ବାଇ ଯାଇଥିଲେ କାମ କରିବା ପାଇଁ। ସେଠାରେ ସୁନ୍ଦରଗଡ଼ କିଞ୍ଜିର୍କେଲା ଥାନା ସାହେବଡେରା ଗାଁର ଯୁବକ ଓସ୍କାର ମନୋଜ ବାରଲାଙ୍କ ସହିତ ଲିଭ୍ ଇନରେ ରହୁଥିଲା। ଉଭୟ ଏକ ମାସ ପୂର୍ବେ ମୁମ୍ବାଇର ଧାରାବି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ମନୋଜ ପ୍ରତିମାଙ୍କର ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରୁଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଶନିବାର ଝଗଡ଼ା ହୋଇଥିଲା ଏବଂ ସେଥିରେ ଉତକ୍ଷିପ୍ତ ହୋଇ ମନୋଜ ପ୍ରତିମାଙ୍କର ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା କରିବା ପରେ ଏକ ସୁଟକେଶରେ ଭର୍ତ୍ତି କରି ସାନ୍ତାକ୍ରୁଜ – କୁର୍ଲା ରାସ୍ତାରେ ନିର୍ମାଣାଧୀନ ମେଟ୍ରୋ ପ୍ରକଳ୍ପ ନିକଟରେ ଫୋଫାଡ଼ି ଦେଇ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଥାନେ ଷ୍ଟେସନରୁ ମନୋଜ ଗିରଫ କରିଥିଲା କୁର୍ଲା କ୍ରାଇମବ୍ରାଞ୍ଚ୍ ର ୟୁନିଟ ୧୧ ଟିମ୍।