
ସେ କହିଛନ୍ତି, ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବ। ତା’ପରେ କେଉଁ ସ୍ଥାନରେ ଫାଟ ରହିଛି ଓ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ। ସେପଟେ ଲେଜର ସ୍କାନିଂ ମେସିନ ଏଏସ୍ଆଇ ପାଖରେ ପହଞ୍ଚି ସାରିଛି। ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ପଡ଼ିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।