
ଏନେଇ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି।
ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ରାଜ୍ୟ ସରକାର ଚିଠି ଲେଖିଥିଲେ। ତେବେ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ତେବେ ଏହି ମାନ୍ୟତା କିଏ ଦେବ ବୋଲି ମେୟର ପ୍ରଶ୍ନ କରିଛନ୍ତି।