Spread the love

 

 

ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ୟତମ। ପ୍ରତିବର୍ଷ ଏହି ବିଶ୍ୱ ବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳେ। ତେବେ ଚଳିତ ବର୍ଷ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ନାହିଁ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଅଫ୍ ଓପନ୍ ଲର୍ଣ୍ଣିଂ (COL) ସାର୍ଟିଫିକେଟ୍ ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ ହୋଇଛି। ଏହି ପାଠ୍ୟକ୍ରମ ଗୁଡ଼ିକର ଅବଧି ସମୟ ୩ ମାସରୁ ୧୦ ମାସ ପର୍ଯ୍ୟନ୍ତ ରହିଥିବା ବେଳେ ନାମଲେଖା ପାଇଁ କୌଣସି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ନାହିଁ। ତେବେ ଇଚ୍ଛୁକ ପ୍ରାର୍ଥୀ col.du.ac.in. ଏହି ଓ୍ବେବସାଇଟ୍‌ ମାଧ୍ୟମରେ ନିଜର ପଞ୍ଜିକରଣ କରିପାରିବେ।

ଏହି ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏହା ବ୍ୟତୀତ ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ଶିକ୍ଷାନୁଷ୍ଠାନରେ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ। ତେବେ ଆସନ୍ତୁ ଜାଣିବା ଏହି ପାଠ୍ୟକ୍ରମ ଗୁଡ଼ିକର ନାମ।

1- ମେଡିକାଲ ଟ୍ରାନ୍ସକ୍ରିପ୍ସନ ସେବା

2- ବିମାନବନ୍ଦର ପରିଚାଳନା

3- ଭ୍ରମଣ ଓ ପର୍ଯ୍ୟଟନ

4- କମ୍ପ୍ୟୁଟରାଇଜଡ ରିଜର୍ଭେସନ ସିଷ୍ଟମ (CRC)

5- ଆର୍ଥିକ ମାର୍କେଟ ଉପରେ ଦକ୍ଷତା କାର୍ଯ୍ୟକ୍ରମ

6- ଅଫିସ୍ ଅଟୋମେସନ୍ ଓ ଇ-ଆକାଉଣ୍ଟିଂ

7- ସଫ୍ଟ ସ୍କିଲ୍ ଏବଂ ବ୍ୟକ୍ତିତ୍ୱ ବିକାଶ

8- ଷ୍ଟେନୋଗ୍ରାଫି, ସେକ୍ରେଟେରିଆଲ ପ୍ରାକ୍ଟିସ୍ ଏବଂ ଆଇଟି ସ୍କିଲ୍

9- ପାଇଥନ ବ୍ୟବହାର ଏବଂ ଡାଟା ସାଇନ୍ସ ଓ ମେସିନ ଲର୍ଣ୍ଣିଂ

10- ଏଥିକାଲ ହ୍ୟାକିଂ ଏବଂ ସାଇବର ସିକ୍ୟୁରିଟି

11- ଫ୍ୟାସନ ଡିଜାଇନ୍

12- ଫ୍ୟାସନ ଓ ଇ-କମର୍ସ ପାଇଁ ଫଟୋଗ୍ରାଫି

13- ଫ୍ୟାସନ ମଡେଲିଂ ଓ ବିୟୁଟି ପେଜେଣ୍ଟ ଗ୍ରୁମିଂ

14- ଫ୍ୟାଶନ୍ ଡିଜାଇନ୍ ଏବଂ ସିଏଡି

15- ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ ମାର୍କେଟିଂ

16- ଇଣ୍ଟେରିୟର ଡିଜାଇନିଂ

17- ଚଳଚ୍ଚିତ୍ର ନିର୍ମାଣ, ନିର୍ଦ୍ଦେଶନା ଏବଂ ଚିତ୍ରନାଟ୍ୟ

18- ଗଣଯୋଗାଯୋଗ ଓ ଡିଜିଟାଲ ମିଡିଆ ପ୍ରଡକ୍ସନ

19- ଫାଇନ୍ ଆର୍ଟ ଏବଂ ଡିଜିଟାଲ୍ ଆର୍ଟ

20- ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି

21- ଚଳଚ୍ଚିତ୍ର, ଟିଭି ଓ ରଙ୍ଗମଞ୍ଚରେ ଅଭିନୟ

22- ରେଡିଓ ଜକି, ଆଙ୍କରିଙ୍ଗ୍ ଏବଂ ଟିଭି ସାମ୍ବାଦିକତା

23- ଆନିମେସନ୍, ମୋଶନ ଗ୍ରାଫିକ୍ସ ଏବଂ ଭିଡିଓ ଏଡିଟିଂ

24- ଡିଜିଟାଲ ମାର୍କେଟିଂ ଏବଂ ସୋଶାଲ ମିଡିଆ ବିଜ୍ଞାପନ

25- 3D ଆନିମେସନ୍ ଏବଂ ଭିଡିଓ ଏଡିଟିଂ

26- ଗ୍ରାଫିକ ଡିଜାଇନିଂ, ଡିଟିପି ଏବଂ ଭିଡିଓ ଏଡିଟିଂ

27- ବିମାନ ଏବଂ ଟିକେଟ୍ ପରିଚାଳନା

ଏହି ସାର୍ଟିଫିକେଟ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ପଢିପାରିବେ। ତେବେ ଏହି ପାଠ୍ୟକ୍ରମ ପଢିବାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଦକ୍ଷତା ଏବଂ ନିଜ ବ୍ୟକ୍ତିଗତ ଦକ୍ଷତାକୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି।

 

Leave a Reply

Your email address will not be published. Required fields are marked *