Spread the love

 

sfsfe

ଭୁବନେଶ୍ୱର : ପେଶାରେ ହାବିଲଦାର କିନ୍ତୁ ନିଶା ପ୍ରେମରେ ଫସାଇବା । ଖାଲି ପ୍ରେମ ନୁହେଁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଆଉ ତାପରେ ବାରମ୍ବାର ଗର୍ଭପାତରେ ବି ଓସ୍ତାଦ୍‌ । ନାଁ ପୁଣି ପ୍ରେମସାଗର, ଲାଗୁଛି ନିଜ ନାଁର ଭଲ କି ୟୁଟିଲାଇଜ କରିଛନ୍ତି ଏ ହାବିଲଦାର ଜଣଙ୍କ । ପ୍ରେମ ସାଗରରେ ଏମିତି ଭସାଉଥିଲେ ଯେ, ଝିଅ ବି ଫସିଯାଉଥିଲେ ।

ଆଜିର ଖବରରେ ଏହି ଖବର ଅଛି ଭାରି ଚର୍ଚ୍ଚାରେ । କାହିଁକିନା ଏ ଲୋକ ଜଣଙ୍କ କାମ ସେମିତି କରିଛନ୍ତି । ଯାହା ବିଷୟରେ ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି । ଆଉ ରାଗ ଲାଗୁଛି। ଏ ଚିତ୍ରରେ ଆପଣ ଦେଖୁଥିବା ଏ ଲୋକ ଜଣଙ୍କ ଜଣେ ଅଧ୍ୟାପିକାଙ୍କୁ କରିଛନ୍ତି ଲଭ୍‌ ସେକ୍ସ ଧୋକା ।

ଏହି SOG ହାବିଲଦାରଙ୍କ କଳଙ୍କିତ କାରନାମା ଆଜି ରହିଛି ଚର୍ଚ୍ଚାରେ । ଏ ବ୍ୟକ୍ତିଙ୍କ ନାଁରେ ଜଣେ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି। ଏହାପରେ ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ।

ସୂଚନା ମୁତାବକ ଦୀର୍ଘ ୮ ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମ ସାଗର। ରେଣ୍ଟାଲ କଲୋନୀରେ ଦୁହେଁ ୮ ବର୍ଷ ହେବ ଏକାଠି ରହି ଆସୁଥିଲେ। କିନ୍ତୁ ଯେତେବେଳେ ଅଧ୍ୟାପିକା ଜଣଙ୍କ ବାହାଘର କଥା କହିଲେ , ସେଇଠୁ ଆରମ୍ଭ ହେଲା ଅସଲ ଖେଳ । ଅଧ୍ୟାପିକା ଜଣଙ୍କ ବିବାହ ପାଇ କହିବାରୁ ପ୍ରେମ ସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମ ସାଗରକୁ ବାନ୍ଧିଛି ମହିଳା ଥାନା ପୋଲିସ। ଖାଲି ଅଧ୍ୟାପିକା ନୁହଁନ୍ତି ପ୍ରେମସାଗର ଅନେକ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ହୋଇଛି ଅଭିଯୋଗ ।

 

Leave a Reply

Your email address will not be published. Required fields are marked *