
ଆଜି ସକାଳ ପ୍ରାୟ ୭ଟା ସମୟରେ କରଞ୍ଜ ଗ୍ରାମର ଦୁଇ ଭାଇ ନିଜର ଗ୍ଲାମର ବାଇକରେ ପାରାଦୀପ ଯାଉଥିବା ବେଳେ ୫୩ନଂ ଜାତୀୟ ରାଜପଥର ଯଦୁପୁର ଗଡ଼ା ନିକଟରେ ଯାଉଥିବା ବେଳେ ଏକ ଲୁହାବୋଝେଇ ଟ୍ରକ୍ ସେମାନଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚଳାଉଥିବା ବଡ଼ଭାଇ ସଞ୍ଜୟ ବାରିକ ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବେଳେ ସାନଭାଇ ଚିନ୍ମୟ ବାରିକଙ୍କ ଉପରେ ଟ୍ରକଟି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଚିନ୍ମୟଙ୍କର ମୃତ୍ୟୁ ଘଟିଛି। ରାସ୍ତା କଡ଼କୁ ଛିଟିକି ପଡ଼ିଥିବା ବଡ଼ ଭାଇ ସଞ୍ଜୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଦ୍ରୁତ ଗତିରେ ପାରାଦୀପ ପଟକୁ ଚାଲିଯାଇଥିବା ଜଣାପଡ଼ିଛି।