
ଏହାପରେ ରୋବଟ୍ ହାତଟି ତାଙ୍କ ଉପର ଶରୀରକୁ କନଭେୟର ବେଲ୍ଟକୁ ଠେଲି ଦେଇ ତାଙ୍କ ମୁହଁ ଓ ଛାତିକୁ ଚାପି ଦେଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟକ୍ତି ଜଣକ ଗୋଲମରିଚ ସର୍ଟିଂ ପ୍ଲାଣ୍ଟରେ ପରୀକ୍ଷଣ ପୂର୍ବରୁ ରୋବଟ୍ର ସେନସର ଯାଞ୍ଚ କରୁଥିଲେ। ଦୁଇ ଦିନ ତଳେ ରୋବଟ୍ ସେନସରରେ ଦେଖିବାକୁ ମିଳିଥିବା ସମସ୍ୟା ଯାଞ୍ଚ କରିବାକୁ ତାଙ୍କୁ ଡକାଯାଇଥିଲା। ଚଳିତ ବର୍ଷ ଦକ୍ଷିଣ କୋରିଆରେ ଏହା ଦ୍ବିତୀୟ ଘଟଣା। ଗତ ମାର୍ଚ୍ଚ ମାସରେ ଜଣେ ୫୦ ବର୍ଷୀୟ ଦକ୍ଷିଣ କୋରିଆ ବ୍ୟକ୍ତି ଏକ ଅଟୋମୋବାଇଲ ପାର୍ଟସ୍ ଉତ୍ପାଦନ କାରଖାନାରେ କାମ କରୁଥିବା ବେଳେ ରୋବଟ୍ ଦ୍ୱାରା ଫସି ଯାଇ ଗୁରୁତର ଆହତ ହୋଇଥିଲେ।