
ବାଘଟି ସିଲିଆରିବାହାରା ଗାଁର ଜଣେ ମହିଳାଙ୍କୁ ବାଘଟି ଜଙ୍ଗଲରେ ମାରି ଖାଇଦେଇଛି। ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ ।
ଗତ ୩୦ ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା। ମୃତ ବାଳକର ନାଁ ଡମ୍ବରୁଧର ଧରୁଆ।
ସନ୍ଧ୍ୟାରେ ନାବାଳକଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏହାପରେ ବହୁ ଖୋଜାଖୋଜି ପରେ ଏକ ଗୁମ୍ଫାରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା।