
ଏହି ଘଟଣାଟି ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି। ଏଠାରେ ପାଣିଟାଙ୍କି ପାଇଁ ମାଟିଖୋଳା କାମ ଚାଲିଥିଲା। ଏହି ସମୟରେ ଶ୍ରମିକମାନେ କିଛି ଗୋଟେ ଜିନିଷ ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରିଥିଲେ ।
ଏହାପରେ ତାହାକୁ ଖୁବ ଯତ୍ନର ସହ ମାଟିରୁ ବାହାରକୁ ବାହାର କରିଥିଲେ। ଆଉ ସଫା କରିଥିଲେ। ସଫା କରିବା ପରେ ଜଣାପଡିଥିଲା କି ମାଟି ତଳୁ ବାହାରିଥିବା ପ୍ରତିମା ଭଗବାନ ବିଷ୍ଣୁଙ୍କର ତାହା ପୁଣି ସୁନାର ରହିଛି। ଖବରଟି ସମଗ୍ର ଅଞ୍ଚଳରେ ପହଞ୍ଚିବା ପରେ ଲୋକମାନେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିବା ସହିତ ଏଦୃଶ୍ୟ ଦେଖିଥିବା ଲୋକେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି।