
ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ ହାଗରୀ ଗୁରୁବାର କହିଛନ୍ତି ଯେ ଗାଜାରେ ହାମାସ ଅତି କମରେ ୨୦୩ ଜଣଙ୍କୁ ଅଟକ ରଖିଛି ଏବଂ ଏ ସଂପର୍କରେ ବନ୍ଧକମାନଙ୍କ ପରିବାରକୁ ସୂଚନା ଦିଆଯାଇଛି। ଏଥିସହିତ ଅକ୍ଟୋବର ୭ ତାରିଖରୁ ହମାସ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୩୦୬ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ଆଇଡିଏଫ୍ ଘୋଷଣା କରିଛି।
ତେବେ ଇସ୍ରାଏଲ ସେନା ମୁଖପାତ୍ର ହାଗରି କହିଛନ୍ତି ଯେ ଅକ୍ଟୋବର ୭ ଆକ୍ରମଣ ପରେ ନିଖୋଜ ଥିବା ଇସ୍ରାଏଲବାସୀଙ୍କ ବିଷୟରେ ଆଇଡିଏଫ ଲଗାତାର ତଥ୍ୟ ସଂଗ୍ରହ କରୁଥିବାରୁ ମୃତ ଓ ବନ୍ଧକଙ୍କ ସଂଖ୍ୟା ଚୂଡ଼ାନ୍ତ ନୁହେଁ। କେତେକ କ୍ଷେତ୍ରରେ ସେମାନଙ୍କୁ ହମାସ ଅଟକ ରଖିଥିବା ନେଇ ସେନା ସନ୍ଦେହ କରୁଛି ବୋଲି ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଆଉ କେତେକ ମାମଲାରେ ସେମାନେ ବନ୍ଧକ ନ ଥିବା ବିଶ୍ବାସ କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ହାମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରି ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିବା ପରେ ଗାଜା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହାମାସକୁ ନିପାତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।