
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଅଶୋକ ଗେହଲୋଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଅତୀତରେ ଉଭୟ ନେତା ଖୋଲାଖୋଲି ଭାବେ ପରସ୍ପରକୁ ଟାର୍ଗେଟ କରିସାରିଛନ୍ତି। ନିର୍ବାଚନ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଉଭୟ ନେତାଙ୍କୁ ପାରସ୍ପରିକ ମତଭେଦ ଦୂର କରିବାକୁ ଏବଂ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କହିଥିଲେ। ଏହା ପରେ ସଚିନ ପାଇଲଟଙ୍କୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ମଧ୍ୟ ସାମିଲ କରାଯାଇଥିଲା।