Spread the love

 

GettyImages-1720312948

ଓ୍ବାଶିଂଟନ୍‌ : ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ହମାସ ବିରୋଧରେ ଇସ୍ରାଏଲକୁ ସମ୍ଭାବ୍ୟ ସହାୟତା ପାଇଁ ମଧ୍ୟ-ପୂର୍ବରେ ୨ହଜାର ଆମେରିକୀୟ ସୈନ୍ୟଙ୍କୁ ନିୟୋଜନ କରାଯାଇଛି।

ବର୍ତ୍ତମାନ ସୈନ୍ୟଙ୍କୁ ଇସ୍ରାଏଲ କିମ୍ବା ଗାଜାକୁ ପଠାଯାଉ ନାହିଁ। ଯଦି ସେମାନଙ୍କୁ ନିୟୋଜିତ କରାଯାଏ, ତେବେ ସେମାନେ ହମାସ ବିରୋଧରେ ଯୁଦ୍ଧ କରିବେ। ୯୬ଘଣ୍ଟା ହେଲାଣି ଆମେରିକୀୟ ସୈନ୍ୟମାନେ ପ୍ରସ୍ତୁତ ହୋଇ ଅଛନ୍ତି। ଇଶାରା ଦେବାମାତ୍ରେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବେ।

 

Leave a Reply

Your email address will not be published. Required fields are marked *