
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସିଆଲ ହ୍ୟାଣ୍ଡେଲରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ ଏହି କଥାବାର୍ତ୍ତା ସଂପର୍କିତ ସୂଚନା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଇସ୍ରାଏଲ ଉପରେ ନୃଶଂସ ଏବଂ ଘୃଣ୍ୟ ଆକ୍ରମଣ କରାଯାଇଥିଲା, ସେମାନେ ଯୁଦ୍ଧକୁ ଆସିଥିଲେ ଏବଂ ଏକଜୁଟ ହୋଇଥିଲେ। ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଋଷ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ହାମାସକୁ ନିପାତ ନକରିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ପଛକୁ ହଟିବ ନାହିଁ।
ଅନ୍ୟପକ୍ଷରେ ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ଏକ ପୋଷ୍ଟରେ କହିଛି ଯେ ଭ୍ଲାଦିମିର ପୁଟିନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି ଏବଂ ଗାଜା ଉପତ୍ୟକାରେ ହିଂସା କୁ ରୋକିବା ପାଇଁ ରୁଷ୍ ଦ୍ୱାରା ନିଆଯାଉଥିବା ପଦକ୍ଷେପ ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି।