
ଉଭୟ ‘ସିବିଆଇ’ ଓ ‘ଇଡି’ ତରଫରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର୍ ଜେନେରାଲ୍ ଏସ୍. ଭି. ରାଜୁଙ୍କୁ ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍. ଭି. ଉଟ୍ଟିଙ୍କ ଖଣ୍ଡପୀଠ ପଚାରିଥିଲେ, ‘ପିଏମ୍ଏଲ୍ଏ’ ଅନୁଯାୟୀ ବିଚାର କଲେ ଦେଖାଉଛି ଯେ, ଆପଣଙ୍କର ମାମଲା ଏକ ରାଜନୈତିକ ଦଳ ସହିତ ସମ୍ପୃକ୍ତ ଅଛି। କିନ୍ତୁ, ଏପର୍ଯ୍ୟନ୍ତ ସେ ରାଜନୈତିକ ଦଳକୁ ଅଭିଯୁକ୍ତ କରାଯାଇ ନାହିଁ। ଆପଣ ଏ କଥାର କି ଉତ୍ତର ଦେବେ?
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍ କରି ‘ଆପ୍’ ନେତା ମନୀଷ ସିସୋଦିଆ ଫାଇଲ୍ କରିଥିବା ୨ଟି ପିଟିସନ୍ର ଶୁଣାଣି ବେଳେ ଖଣ୍ଡପୀଠ ଉପରୋକ୍ତ କଥା କହିଛନ୍ତି। ‘ସିବିଆଇ’ ଓ ‘ଇଡି’ ତଦନ୍ତ ଚଳାଇଥିବା ୨ଟି ମାମଲାରେ ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିଥିଲେ।