
ଏ ସମ୍ପର୍କରେ କାଶ୍ମୀର ଜୋନ୍ର ପୋଲିସ କହିଛି ଯେ ସେନାର ଯବାନମାନେ ଏହି ଅପରେସନରେ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଗୁଳି ବିନିମୟ ସ୍ଥାନରୁ ଆତଙ୍କବାଦୀଙ୍କ ମୃତଦେହ ଠାବ କରାଯାଉଛି। ଏହା ସହିତ ଅଞ୍ଚଳକୁ ଚାରିପଟୁ ଘେରି ସର୍ଚ୍ଚ ଅପରେସନ ମଧ୍ୟ ଚଲାଯାଇଛି।
ସେପଟେ ଜମ୍ମୁ ଡିଭିଜନର ରାଜୋରୀରେ ସୁରକ୍ଷା ବାହିନୀଙ୍କ ଅପରେସନ ମଧ୍ୟ ଲଗାତାର ଜାରି ରହିଛି। ସୁରକ୍ଷା ବାହିନୀଙ୍କୁ ରବିବାର ସୂଚନା ମିଳିଥିଲା ଯେ ରାଜୋରୀ ଜିଲ୍ଲାରେ ୩ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଏହାପରେ ଯବାନମାନେ ପୋଲିସ ସହ ମିଶି ସେଠାରେ ମିଳିତ ଅପରେସନ ଚଳାଇଛନ୍ତି।
ତେବେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଆତଙ୍କବାଦୀମାନେ ସୁରକ୍ଷା ବଳୟକୁ ଭାଙ୍ଗିବାକୁ ଉଦ୍ୟମ କରି ଗୁଳି ଚଳାଇଥିଲେ। ଏଥିରେ ୩ ଜଣ ଯବାନ ଆହତ ହୋଇଥିଲେ। ଆହତ ୩ ଯବାନଙ୍କ ମଧ୍ୟରୁ ୨ ଜଣ ସ୍ପେଶାଲ ଫୋର୍ସର ହୋଇଥିବା ବେଳେ ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।