Spread the love

 

dog

ୱାସିଂଟନ୍‌: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ଙ୍କର ୨ ବର୍ଷିୟ ଜର୍ମାନ୍‌ ସେଫର୍ଡ କୁକୁର ‘କମାଣ୍ଡର୍‌’କୁ ହ୍ବାଇଟ୍‌ ହାଉସ୍‌ରୁ ବିଦା କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ଓ ବାଇଡେନ୍‌ଙ୍କ ପାରିବାରିକ ବାସଭବନରେ ଥିବା ସୁରକ୍ଷାକର୍ମୀଙ୍କୁ ‘କମାଣ୍ଡର୍‌’ ୧୧ ଥର କାମୁଡ଼ିଥିଲା। ‌କିନ୍ତୁ, ପ୍ରକୃତ କାମୁଡ଼ା ସଂଖ୍ୟା ହିସାବ କଲେ ଆହୁରି ଅଧିକ ହୋଇପାରେ। ସେଥିମଧ୍ୟରୁ କାମୁଡ଼ାଜନିତ କ୍ଷତ ଗଭୀର ହୋଇଥିଲେ ଡାକ୍ତରଖାନାକୁ ଯାଇ ପୀଡ଼ିତ ଚିକିତ୍ସିତ ‌ହୁଅନ୍ତି। ସାମାନ୍ୟ ହୋଇଥିଲେ ତାହା ଚିକିତ୍ସା ହୁଏ ନାହିଁ କି, ରିପ‌ୋର୍ଟ କରାଯାଏ ନାହିଁ। ଶେଷଥର ପାଇଁ ସେପ୍ଟେମ୍ବର ୨୫ ତାରିଖରେ ‘କମାଣ୍ଡର୍‌’ ଜଣେ ‘ୟୁଏସ୍‌ ସିକ୍ରେଟ୍‌ ସର୍ଭିସ୍‌’ ଏଜେଣ୍ଟ୍‌ଙ୍କୁ କାମୁଡ଼ି ଥିଲା।

ସେହିପରି, ୨୦୨୨ ନଭେମ୍ବର ମାସରେ ‘କମାଣ୍ଡର୍‌’ ଜଣେ ଅଫିସର୍‌ଙ୍କ ବାହୁ ଓ ଜଙ୍ଘକୁ କାମୁଡ଼ି ଥିଲା ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଥିଲା। ଏହାପୂର୍ବରୁ ‘ମେଜର୍‌’ ନାମରେ ବାଇଡେନ୍‌ଙ୍କର ଆଉ ଏକ ଜର୍ମାନ୍‌ସେଫର୍ଡ କୁକୁର କାମୁଡ଼ାକାମୁଡ଼ି କରିବାରୁ ହ୍ବାଇଟ୍‌ ହାଉସ୍‌ରୁ ବିଦା ହୋଇଥିଲା।

 

Leave a Reply

Your email address will not be published. Required fields are marked *