
ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ପି.ଭି ସଞ୍ଜୟ କୁମାରଙ୍କ ବେଞ୍ଚ କହିଛନ୍ତି, ଅଭିଯୁକ୍ତକୁ ଗିରଫ କରିବା ପୂର୍ବରୁ ସେ ଲିଖିତ ଭାବେ ଏହାର କାରଣ ଦର୍ଶାଇବାକୁ ପଡିବ। ଏଥିରେ କୌଣସି ପ୍ରକାରର ଆରାମ ମିଳିବ ନାହିଁ। କୋର୍ଟ ମଧ୍ୟ ଏଜେନ୍ସିକୁ ତଦନ୍ତରେ ସ୍ବଚ୍ଛ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରିଅଲ ଇଷ୍ଟେଟ ଗ୍ରୁପ ଏମ-୩-ଏମର ନିର୍ଦ୍ଦେଶକ ପଙ୍କଜ ବନସଲ ଏବଂ ବସନ୍ତ ବନସଲଙ୍କ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ।
ଏହି ଆବେଦନରେ ଉଭୟ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ କୋର୍ଟ ପିଏଏଲଏ ଅଧୀନରେ ସେମାନଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ ଗିରଫ ସମୟରେ ଉଭୟ ଅଭିଯୁକ୍ତଙ୍କୁ କେବଳ ମୌଖିକ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା ଏବଂ ଲିଖିତ ଆକାରରେ କିଛି ଦିଆଯାଇ ନଥିଲା। ଏନେଇ କୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ।