Spread the love

ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଟ୍ରାପ ଲାଇନ ସହ ଜଡ଼ିତ ଲଘୁଚାପ କ୍ଷେତ୍ର ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ସଂଲଗ୍ନ ପଶ୍ଚିମ ମଧ୍ୟପ୍ରଦେଶର ପର୍ଯ୍ୟନ୍ତ ରହିଛି। ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟରେ କାଲିଠାରୁ ପୁଣି ଅଧିକାଂଶ ଅଞ୍ଚଳରେ ବଢିବ ବର୍ଷା। ୧୯ ତାରିଖରେ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, କଟକ, ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତା କାଲି ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି ହୋଇଛି। ୧୯ତାରିଖରୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। ୧୯ ତାରିଖରେ ପ୍ରବଳ ବର୍ଷା ପାଇଁ ୧୯ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି। ୨୧ତାରିଖ ପରେ ପାଗରେ ହେବ ପରିବର୍ତ୍ତନ। କମିବ ବର୍ଷାର ପରିମାଣ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୧୦୦୪.୯ ମିମି ବର୍ଷା ରେକର୍ଡ ହୋଇଛି। ଏହି ସମୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୧୦୬୭.୪ ମିମି ତୁଳନାରେ ୫ ପ୍ରତିଶତ କମ୍। ୨ଟି ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୪ ଜିଲ୍ଲାରେ ନିଅଣ୍ଟିଆ ଓ ୨୪ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *