
ପୂର୍ବରୁ ମନୋଜ ନାଁରେ ବହୁ ଅପରାଧିକ ମାମଲା ରହିଛି। ମତ୍ତଗଜପୁର ଅଂଚଳ ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା ମନୋଜ । ୨୦୦୮ ମସିହାରେ ମଧ୍ୟ ତାକୁ ସଦର ଥାନା ପୋଲିସ ଏନକାଉଣ୍ଟର କରିଥିଲା । ସେ କନ୍ଦରପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ମାମଲାରେ ସମ୍ପୃକ୍ତ ଥିବା ନେଇ ପୋଲିସ ନିକଟରେ ପ୍ରମାଣ ରହିଛି । ତାକୁ ଏନ କାଉଣ୍ଟର କରିବା ପରେ ତା ନିକଟରୁ ବନ୍ଧୁକ, ଗୁଳି , ମୋବାଇଲ ଫୋନ୍ ଆଦି ଜବତ କରିଛି । ତେବେ ମଙ୍ଗୁ ବିରୋଧରେ ତିର୍ତ୍ତୋଲ , ରଘୁନାଥପୁର , କନ୍ଦରପୁର , କଟକ ସଦର, ବିରିଡି ଥାନାରେ ୧୧ରୁ ଉର୍ଦ୍ଧ୍ବ ମାମଲା ଥିବା ସୂଚନା ମିଳିଛି ।