Spread the love

ମୃତ୍ୟୁ ବି ଏମିତି ଆସେ। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ସମୟରେ ମାଡିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା 7 ଯାତ୍ରୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁରେ। ଆଜି ସକାଳ ସମୟରେ ତିରୁପଥୁର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି |

ପୁଲିସ କହିବା ଅନୁସାରେ, କିଛି ଲୋକ ଏକ ଭ୍ୟାନରେ କେଉଁଆଡେ ଯାତ୍ରା କରୁଥିଲେ। ତିରୁପଥୁର ଜିଲ୍ଲାର ଏକ ସ୍ଥାନରେ ହଠାତ୍ ସେମାନଙ୍କ ଗାଡି ଖରାପ ହୋଇଯାଇଥିଲା। ଦୀର୍ଘ ସମୟ ଧରି ଗାଡି ଠିକ୍ ହୋଇନଥିଲା। ଫଳରେ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ରାସ୍ତାକଡରେ ବସିଥିଲେ।

ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ଜୀବନ ଚାଲିଯାଇଛି। ଏନେଇ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

 

Leave a Reply

Your email address will not be published. Required fields are marked *