Spread the love

ଏୟାରବସ୍ ଓ ଭାରତୀୟ ରେଳବାଇର ଗତିଶକ୍ତି ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର। ଭାରତୀୟ ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇର ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି), ଭଦୋଦରା ଏବଂ ବାଣିଜ୍ୟିକ ବିମାନ ଉତ୍ପାଦନକାରୀ ଏୟାରବସ୍ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ସହଯୋଗ ଛାତ୍ରମାନଙ୍କ ନିଯୁକ୍ତି ସୁଯୋଗ ଦେବ ବୋଲି ଆଶା କରାଯାଉଛି।

ରେଳ ଭବନରେ ଆଜି ଏରି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ, ଏୟାରବସର ଇଣ୍ଡିଆନ ଅପରେସନ୍ ଏହି ଗ୍ରାଉଣ୍ଡବ୍ରେକିଂ ପଦକ୍ଷେପ ମାଧ୍ୟମରେ ପ୍ରାୟ ୧୫,୦୦୦ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ସମାରୋହରେ ଏୟାରବସ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରେମି ମେଲାର୍ଡ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜିଏସଭିର କୁଳପତି ପ୍ରଫେସର ମନୋଜ ଚୌଧରୀ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।

ରେମି ମେଲାର୍ଡ ଭାରତରେ ଏରୋସ୍ପେସ୍ ଇକୋସିଷ୍ଟମ୍ ପ୍ରତିପୋଷଣ ପାଇଁ ଏୟାରବସର ଉତ୍ସର୍ଗୀକୃତତା ଏବଂ ମାନବ ପୁଞ୍ଜି ବିକାଶରେ ବିନିଯୋଗ କରିବାର ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, “ଗତି ଶକ୍ତି ବିଶ୍ୱବିଦ୍ୟାଳୟ ସହଭାଗିତା ଦେଶରେ କୁଶଳୀ ଶ୍ରମିକମାନଙ୍କର ଏକ ଶକ୍ତିଶାଳୀ ପାଇପ୍ ଲାଇନ ବିକଶିତ କରିବ, ଯାହା ଭବିଷ୍ୟତରେ ଏହାର ଦ୍ରୁତ ଗତିରେ ବଢୁଥିବା ଏରୋସ୍ପେସ୍ କ୍ଷେତ୍ରରେ ସହଯୋଗ କରିବ।”

୨୦୨୨ରେ ସଂସଦର ଏକ ଅଧିନିୟମ ଅନୁଯାୟୀ ଗୁଜରାଟର ଭଦୋଦରାରେ ଗତି ଶକ୍ତି ବିଶ୍ୱବିଦ୍ୟାଳୟ (ଜିଏସଭି) ପ୍ରତିଷ୍ଠା କରାଯାଇଥିଲା। ଏୟାରବସ୍ ଏବଂ ଟାଟା ନିକଟରେ ଗୁଜରାଟର ଭଦୋଦାରାଠାରେ ଏକ ଅତ୍ୟାଧୁନିକ C295 ବିମାନ ସୁବିଧା ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ। ଠିକ୍ ଏହି ସମୟରେ ହିଁ ଏପରି ବୁଝାମଣା ପତ୍ର ସ୍ୱାକ୍ଷର ନିଶ୍ଚିତ ରୂପେ ସହାୟକ ହେବ।

Leave a Reply

Your email address will not be published. Required fields are marked *