
ଏହି ସମୟରେ ୩ ଜଣ ବାଇକ୍ ଆରୋହୀ ହଠାତ୍ ଆସି ସୁନା ବ୍ୟବସାୟୀ ସୁବାସ ଆଚାରୀଙ୍କୁ ଆକ୍ରମଣ କରିଥିଲେ। ତିନି ଜଣ ମିଶି ସୁବାସଙ୍କ ଉପରକୁ ଗୁଳି ଚଳାଇବା ସହ ତାଙ୍କ ହାତରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେବା ପୂର୍ବରୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହୋଇଥିବା ରତ୍ନଭଣ୍ଡାର ମାଲିକଙ୍କୁ ଚିକିତ୍ସା ପାଇଁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେମାନେ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଥିବା ବେଳେ ଆକ୍ରମଣକାରୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
Post Views: 8