Spread the love

 

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ବି ଚାଲିଛି।  । ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁଯାୟୀ ସହରର ସମସ୍ତ ସ୍କୁଲ, କଲେଜ ଏବଂ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି)ର କାର୍ଯ୍ୟାଳୟ ମଧ୍ୟ ଏହି ତିନି ଦିନ ପାଇଁ ବନ୍ଦ ରହିବ ।

ଏହି ତିନି ଦିନିଆ ଛୁଟିଦିନରେ ସୁରକ୍ଷା କାରଣରୁ ସୁପ୍ରିମକୋର୍ଟ ଏବଂ କେନ୍ଦ୍ରୀୟ ସଚିବାଳୟ ସମେତ କେତେକ ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ହେବାର ସମ୍ଭାବନା ରହିଛି । ଛୁଟିଦିନରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଭାରୀ ଯାନଗୁଡିକ ମଧ୍ୟ ୮ ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏଥିସହିତ କିଛିରାସ୍ତା ଦେଇ ଦିଲ୍ଲୀବାସୀଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି କାରଣରୁ ସେ‌‌ପ୍ଟେମ୍ବର ୫ରୁ ସେ‌‌ପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଦିଲ୍ଲୀବାସୀଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ହୋଇପାରେ।

ଏସବୁ ଅସୁବିଧାକୁ  ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିଛନ୍ତି। ମୋଦୀ କହିଛନ୍ତି, ‘ଯେଉଁମାନେ ଜି-୨୦ ସମ୍ମିଳନୀକୁ ଆସିବେ, ସେମାନେ ହେଉଛନ୍ତି ଆମର ଅତିଥି। ତେଣୁ ସେମାନଙ୍କ ସ୍ବାଗତ ପାଇଁ ଦିଲ୍ଲୀବାସୀ ଯେଉଁ ସବୁ ଆସୁଥିବାର ସମ୍ମୁଖୀନ ହେବେ, ସେଥିପାଇଁ  ଆପଣମାନଙ୍କୁ ମୁଁ ଆଗରୁ କ୍ଷମା ମାଗୁଛି।’

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ସେପ୍ଟେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଜି-୨୦ ସମ୍ମିଳନୀ ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ ମୁଖ୍ୟ ଭାବରେ ନୋଡାଲ ଏଜେନ୍ସି ସହ ସମସ୍ତ ଅର୍ଦ୍ଧସାମରିକ ବଳର ଯବାନମାନଙ୍କୁ ନିୟୋଜିତ କରାଯିବ । ଏଥିସହିତ ସୁରକ୍ଷା ବ୍ୟବସ୍ଥାରେ ସିଆରପିଏଫର ୫୦ଟି ଟିମକୁ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ପାଖାପାଖି ୧ ହଜାର ଯବାନ ସାମିଲ ହେବୋ ନେଇ ସୂଚନା ରହିଛି ।

 

Leave a Reply

Your email address will not be published. Required fields are marked *