Spread the love

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ୨୦୨୪କୁ ଆଉ ବର୍ଷକରୁ ବି କମ ସମୟ ବାକି ରହିଛି। ଏହାରି ଭିତରେ ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡିଲେଣି। ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିବାକୁ ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି ସାରିଲେଣି। ଏବେ ପର୍ଯ୍ୟନ୍ତ ଏହି ମହାମେଣ୍ଟର ନେତାଙ୍କ ନାମ ବି ଘୋଷଣା କରାଯାଇ ନାହିଁ। ହେଲେ କଂଗ୍ରେସର ଅନେକ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବା କଥା କହି ସାରିଲେଣି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବରରେ ଯୋଗ ଦେଇ ବର୍ତ୍ତମାନ କଂଗ୍ରେସ ନେତା ରସିଦ ଅଲଭି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ ରବିବାର କହିଛନ୍ତି ଯେ ୨୦୨୪ପରେ ଆମେ ଆଶା କରୁଛୁ ଯେ କଂଗ୍ରେସ ଦଳ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବ ଏବଂ ରାହୁଲ ପ୍ରଧାନମନ୍ତ୍ରୀ ହେବେ।

Leave a Reply

Your email address will not be published. Required fields are marked *