Spread the love

ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍‌ନାଲ୍‌ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦି) ଭୁଲିଯାଉଛନ୍ତି ଯେ ଏହା (ଜି -୨୦) ଏକ ରୋଟେସ୍‌ନାଲ୍‌ ପଦ୍ଧତି। ଏହା ପ୍ରଧାନମନ୍ତ୍ରୀ ହେତୁ ସମ୍ଭବ ହୋଇନାହିଁ। ଯେକୌଣସି ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସେଠାରେ ଥାଆନ୍ତେ, ଭାରତ ଜି-୨୦ର ଅଧ୍ୟକ୍ଷତାର ସୁଯୋଗ ପାଇଥାନ୍ତା। ଯଦି ସେ ଭାବୁଛନ୍ତି ଯେ ଭାରତର ଲୋକମାନେ ମୂର୍ଖ, ତେବେ ସେମାନେ ଭୁଲ କରୁଛନ୍ତି।

ସୂଚନାଯୋଗ୍ୟ, ୯-୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ସମ୍ମିଳନୀ ସମୟରେ ଅନେକ ରାସ୍ତା ବନ୍ଦ ରହିବବେଳେ ପ୍ରଗତି ମଇଦାନ ଅଞ୍ଚଳକୁ ‘ନୋ ଏଣ୍ଟ୍ରି ଜୋନ’ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *