Spread the love

‘ଟଙ୍କା ପାଇଁ ମଣିଷ କିଛି ବି କରିପାରେ’ ବୋଲି ଏକ ଲୋକକଥା ରହିଛି। ବାସ୍ତବରେ ବି ଆଜିକାଲିର ସମୟରେ ଏପରି କିଛି ଘଟଣା ଘଟୁଛି। ଆଉ ଏହି ଉକ୍ତି ବର୍ତ୍ତମାନ ସତ ବୋଲି ସାବ୍ୟସ୍ତ ହୋଇଛି। କାରଣ ଜଣେ ଝିଅ ଟଙ୍କା ପାଇଁ ବାପାର ସ୍ତ୍ରୀ ଭୂମିକା ନିଭାଇବାକୁ ବି ପଛାଇ ନାହିଁ। ଉତ୍ତର ପ୍ରଦେଶର ଆଲିଗଡରେ ଦେଖିବାକୁ ମିଳିଛି ଏପରି ଘଟଣା। ବାପା ଚାଲିଯିବା ପରେ ନିଜକୁ ପତ୍ନୀ ଭାବେ ଦର୍ଶାଇ ୧୦ ବର୍ଷ ଧରି ପେନସନ୍ ଟଙ୍କା ଉଠାଇ ନେଇଛି ଝିଅ।

ସୂଚନା ଅନୁସାରେ, ମୋହସିନା ପରଭେଜ (୩୬)ଙ୍କ ବାପା ୱାଜାହତ ଉଲ୍ଲା ଖାନଙ୍କର ଜାନୁୟାରୀ ୨, ୨୦୧୩ରେ ମୃତ୍ୟୁ ଘଟିଥିଲା। ସେ ଉତ୍ତର ପ୍ରଦେଶ ସରକାରରେ ରାଜସ୍ୱ କିରାଣୀ ବାବେ କାର୍ଯ୍ୟ କରୁଥିଲେ। ତାଙ୍କର ଅବସର ମଧ୍ୟ ହୋଇ ସାରିଥିଲା। ଏହାପରେ ମୋହସିନା ପିତାଙ୍କ ପେନସନକୁ କିପରି ଉଠାଣ କରିବେ ସେଥିପାଇଁ ଯୋଜନା କରିଥିଲେ। ସେ ନିଜକୁ ତାଙ୍କ ପିତାଙ୍କ ପତ୍ନୀ ଭାବେ ଦର୍ଶାଇ ସମସ୍ତ ଡକ୍ୟୁମେଣ୍ଟ୍ ଯୋଗାଡ଼ କରିଥିଲେ।

ରିପୋର୍ଟ ଅନୁସାରେ, ମୋହସିନା ବର୍ତ୍ତମାନ ପର୍ଯ୍ୟନ୍ତ ମାସିକ ୧୦ ହଜାର ହିସାବରେ ୧୨ ଲକ୍ଷ ଟଙ୍କା ପେନସନ୍ ଆଣି ସାରିଛନ୍ତି। ସେ ୨୦୧୭ରେ ଫାରୁକ୍ ଅଲିଙ୍କୁ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ସମ୍ପର୍କରେ ଫାଟ ହୋଇଯିବାରୁ ଦୁହେଁ ଅଲଗା ରହୁଥିଲେ। ଏ ବାବଦରେ ଫାରୁକ୍ ସବୁ ଜାଣିଥିଲେ। ଗତବର୍ଷ ଏନେଇ ଫାରୁକ୍ ଥାନାରେ ଅଭିଯୋଗ କରିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଛି।

୨୦୨୨ରେ ଫାରୁକ୍ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଥିଲା। ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍‌ସନ୍‌ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍‌ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି। ଜଣେ କିରାଣୀ ଏବଂ ଜଣେ କନଷ୍ଟେବଳଙ୍କ ଦ୍ୱାରା ପ୍ରାମାଣିକୃତ ହୋଇଥିବା ଏହି ଆବେଦନ, ଚୂଡ଼ାନ୍ତ କ୍ଲିୟରାନ୍ସ ପାଇଁ ଜିଲ୍ଲା ରାଜକୋଷକୁ ପଠାଯାଇଛି।

ଆଲିଗଞ୍ଜ ପୋଲିସ୍ ଷ୍ଟେସନରେ ମୋହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *