Spread the love

କଂଗ୍ରେସ ଓ ଭାରତୀୟ ନ୍ୟୁଜ୍ ପୋର୍ଟାଲ୍ ‘NewsClick’କୁ ଚୀନ୍‌ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ କଡ଼ା ସମାଲୋଚନା କରିଛନ୍ତି। ‘କଂଗ୍ରେସ୍ କା ହାଥ୍ ‘ନ୍ୟୁଜକ୍ଲିକ୍’ କେ ସାଥ୍, ‘ନ୍ୟୁଜକ୍ଲିକ୍’ କେ ଉପର୍ ଚୀନ୍‌ କା ହାଥ୍’- ଆଜି ଏପରି କିଛି ଢଙ୍ଗରେ କହି ରାହୁଲଙ୍କ ଉପରେ ବର୍ଷିଛନ୍ତି ଅନୁରାଗ ଠାକୁର୍। ରାଜୀବ ଗାନ୍ଧୀ ଫାଉଣ୍ଡେସନ ଚୀନ୍‌ରୁ କେତେ ଟଙ୍କା ନେଇଛି ଏବଂ ଉକ୍ତ ଟଙ୍କାକୁ କେଉଁଠାରେ ବିନିଯୋଗ କରିଛି, ତାର ଉତ୍ତର ରାହୁଲ ଗାନ୍ଧୀ ରଖନ୍ତୁ ଏବଂ ଦେଶକୁ କ୍ଷମା ମାଗନ୍ତୁ ବୋଲି ଠାକୁର୍ କହିଛନ୍ତି।

ସେ କହିଛନ୍ତି,କଂଗ୍ରେସ ନେତା ସଂସଦରେ ଦେଶକୁ କ୍ଷମା ମାଗିବା ଉଚିତ୍ ଯେ ଚୀନ୍, ‘ନ୍ୟୁଜକ୍ଲିକ୍’ ପାଇଁ ଅର୍ଥ ଯୋଗାଉଛି ଏବଂ ତାଙ୍କ ଦଳ ଏହାକୁ କାହିଁକି ସମର୍ଥନ କରୁଛି ତା’ର ମଧ୍ୟ ସ୍ପଷ୍ଟୀକରଣ ରଖିବାର ଆବଶ୍ୟକତା ରହିଛି। ଏଥିସହ ଚୀନର କେଉଁ ବ୍ୟକ୍ତି ‘ନ୍ୟୁଜକ୍ଲିକ୍’କୁ ଅର୍ଥ୍ ଯୋଗାଉଛନ୍ତି, ସେ ବାବଦରେ ମଧ୍ୟ କଂଗ୍ରେସ ନେତା ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଅନୁରାଗ ଠାକୁର କହିଛନ୍ତି। ଚୀନ୍ କଂଗ୍ରେସ ସହ ଏକ ଚୁକ୍ତିନାମା କରିଛି ଏବଂ ୟୁପିଏ ଶାସନ ସମୟରେ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ପ୍ରଦାନ କରିଛି ବୋଲି ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ, ଚୀନ୍ ଏବଂ ନ୍ୟୁଜ୍ କ୍ଲିକ୍ ସମସ୍ତେ ଏକ ହୋଇ କାମ କରୁଛନ୍ତି। ରାହୁଲ ଗାନ୍ଧୀଙ୍କ ନକଲି ‘ମୋହବତ୍ କି ଦୁକାନ୍’ରେ ଚାଇନାର ଉତ୍ପାଦଗୁଡିକ ସ୍ପଷ୍ଟ ଦେଖାଯାଉଛି। ଚୀନ୍ ପ୍ରତି ତାଙ୍କର ପ୍ରେମ ବି ଜଳ ଜଳ ଦିଶୁଛି। ସେମାନଙ୍କର ଉଦ୍ଦେଶ୍ୟ ଥିଲା ‘ଆଣ୍ଟି ଇଣ୍ଡିଆ’ ଏବଂ ‘ବ୍ରେକ୍ ଇଣ୍ଡିଆ’ ଏଜେଣ୍ଡା ଚଳାଇବା।

ଆମେରିକାର ନ୍ୟୁୟର୍କ ଟାଇମ୍ସରେ ରବିବାର ଏକ ରିପୋର୍ଟ ପ୍ରକାଶ କରିଛି ଯେ, ବେଜିଂର ପ୍ରଚାର ପ୍ରସାର ଲକ୍ଷ୍ୟରେ ଚାଇନାର କମ୍ପାନୀମାନେ ଭାରତୀୟ ନ୍ୟୁଜ୍ ପୋର୍ଟାଲକୁ ଅର୍ଥ ପ୍ରଦାନ କରୁଛନ୍ତି। ଆମେରିକୀୟ କୋଟିପତି ନେଭାଇଲ ରୟ ସିଙ୍ଘମ ଚୀନ୍ ସରକାରୀ ମିଡିଆ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଚାଇନାର ପ୍ରଚାରକୁ ବିଶ୍ୱବ୍ୟାପୀ ଆର୍ଥିକ ସହାୟତା ଯୋଗାଉଥିବା ନ୍ୟୁୟର୍କ ଟାଇମ୍ସ ଅଭିଯୋଗ କରିଛି।

 

Leave a Reply

Your email address will not be published. Required fields are marked *