Spread the love

ପୁରୀ : ଆଜି ନୁହେଁ, ବୁଧବାର ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିବା ସୂଚନା ଦେଇଛନ୍ତି ସଞ୍ଜୟ ଦତ୍ତ ମହାପାତ୍ର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି ଦତ୍ତ ମାହାପାତ୍ର ସେବାୟତ। ଆଜି ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବାୟତ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମାଣ୍ଡର ମନା କରିଥିଲେ। ଗତକାଲି ବନକ ଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା। ତେବେ ବନକ ଲାଗି ହୋଇନଥିଲା। ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ ଦତ୍ତ ମହାପାତ୍ର ସେବାୟତ ।

ପ୍ରତିବର୍ଷ ନୀଳାଦ୍ରି ବିଜେର ସାତ ଆଠ ଦିନ ଭିତରେ ରତ୍ନ ସିଂହାସନରେ ବିଜେ ଶ୍ରୀବିଗ୍ରହଙ୍କ ବନକଲାଗି କରାଯାଇଥାଏ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତ ମହାପାତ୍ର ସେବକ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । କିନ୍ତୁ ଚଳିତବର୍ଷ ଜୁଲାଇ ୧ରୁ ନୀଳାଦ୍ରି ବିଜେ ଶେଷ ହୋଇଥିଲେ ବି ୨୬ ଦିନ ପରେ ବନକଲାଗି ସମ୍ପର୍ଣ୍ଣ ହୋଇପାରିନି ।

Leave a Reply

Your email address will not be published. Required fields are marked *