Spread the love

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଲକାତା ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ଯୁବକ ଠାରୁ ଧାରୁଆ ଅସ୍ତ୍ର ‌ଯେମିତି କି ଛୁରୀ ଓ ବନ୍ଧୁକ ଆଦି ପୁଲିସ ଜବତ କରିଛି। ଗିରଫ ଯୁବକର ନାମ ନୁର ଆଲମ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ନୁର ଆଲମ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ନିକଟକୁ ପହଞ୍ଚିବା ପାଇଁ ଯେଉଁ ଗାଡ଼ିର ବ୍ୟବହାର କରିଥିଲା ସେଥିରେ ପୁଲିସଗାଡ଼ିରେ ଯାହା ସବୁ ଲାଗିଥାଏ ସେଭଳି  ଷ୍ଟିକର ଲାଗିଥିଲା। ତେଣୁ କେହି ଏହି ଗାଡ଼ି ଉପରେ ସ‌ନ୍ଦେହ ନକରିବାରୁ ଆବାସ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ନୁର।

ଏହାପରେ ଛୁରୀ ଓ ବନ୍ଧୁକ ସହିତ ମୁଖ୍ୟମନ୍ତ୍ରୀଙ୍କ ଘରକୁ ପ୍ରବେଶ କରୁଥିବା ବେଳେ ପୁଲିସକୁ ତାର ସ୍ବଭାବ ଦେଖି ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ତାକୁ କାବୁ କରି ନେଇଥିଲା। କୁହାଯାଉଛି କି ସେ କିଛି ଏକ ଅଘଟଣର ଯୋଜନା କରିଥିଲା। ପୁଲିସ ତାକୁ କାବୁ କରିବା ପରେ ତାହା ଟଳି ଯାଇଛି।

ଗିରଫ ପରେ ପୁଲିସ ନୁର ଆଲାମ ଠାରୁ ଛୁରୀ, ବନ୍ଧୁକ ଓ ବିଭିନ୍ନ ଏଜେନ୍ସିର ଆଇକାର୍ଡ ଜବତ କରିଥିଲା। ତେବେ ସେ ଏପରି ଭାବେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ସେନେଇ ପୁଲିସ ପଚରାଉଚରା ଜାରି ରଖିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହାର କାରଣ ଜଣାପଡ଼ି ନଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

Leave a Reply

Your email address will not be published. Required fields are marked *