Spread the love

ଲକ୍ଷ୍ନୌ: ପାକିସ୍ତାନୀ ନାଗରିକ ସୀମା ଗୁଲାମ ହାଇଦର ଓ ତାଙ୍କ ଭାରତୀୟ ପ୍ରେମିକ ସଚିନ ମୀନାଙ୍କ ସୀମାପାର ପ୍ରେମ-କାହାଣୀକୁ ନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ବେଆଇନ ଭାବେ ଭାରତରେ ପ୍ରବେଶ ହେତୁ ସୀମାଙ୍କୁ ନେଇ ଯାଞ୍ଚ ଏଜେନ୍ସି କ୍ରମାଗତ ଭାବେ ଜେରା କରି ଚାଲିଛନ୍ତି। ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍)ବି ସୀମାଙ୍କୁ ବିଭିନ୍ନ ଦିଗକୁ କେନ୍ଦ୍ର କରି ପଚରାଉଚରା ଜାରି ରଖିଛନ୍ତି।
ପ୍ରାପ୍ତସୂଚନା ଅନୁସାରେ, ଉତ୍ତରପ୍ରଦେଶର ଏଟିଏସ ସୀମା ଗୁଲାମ ହାଇଦରଙ୍କୁ ପ୍ରଶ୍ନ କରିଥିଲେ କି ତୁମେ କେବେ କଥା ହେବାପାଇଁ କୋଡୱାର୍ଡର ଯେମିତି ଫୁଫି ଓ ଫଳର ବ୍ୟବହାର କରିଛ କି? କାରଣ ଆଇଏସଆଇରେ ଫୁଫି ସେହି ଲୋକଙ୍କୁ କୁହାଯାଏ ଯେଉଁମାନେ ଦେଶ ସମ୍ପର୍କରେ ସୂଚନା ଆଇଏସଆଇ ପର୍ଯ୍ୟନ୍ତ ପହଞ୍ଚାଇ ଥାଆନ୍ତି। ଆଉ ଫଳ କୋଡୱାର୍ଡକୁ ଟଙ୍କା ପାଇଁ ବ୍ୟବହାର କରାଯାଇଥାଏ।
ଏଥିସହିତ ସୀମାଙ୍କୁ ହିନ୍ଦୀ କହିବାକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶର ଏଟିଏସ ସୀମାଙ୍କୁ ପଚାରିଥିଲେ, ତୁମେ ଏତେ ସ୍ପଷ୍ଟ ହିନ୍ଦୀ କେମିତି କହି ପାରୁଛ? ହିନ୍ଦୁ ପରମ୍ପରା ବିଷୟରେ କେମିତି ଜାଣିଛ? ତୁମକୁ ନୋଏଡାସ୍ଥିତ ରବୁପୁରା ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବାକୁ କେଉଁମାନେ ସାହାଯ୍ୟ କରିଛନ୍ତି?
ଉତ୍ତରପ୍ରଦେଶର ଏଟିଏସର ଏସବୁ ପ୍ରଶ୍ନର ସୀମା ଉତ୍ତର ଏଯାବତ ଦେଇ ପାରି ନାହାନ୍ତି। ଯାହାବି ଉତ୍ତର ଦେଇଛନ୍ତି ଉତ୍ତରପ୍ରଦେଶର ଏଟିଏସ ଅଧିକାରୀଙ୍କୁ ସନ୍ତୋଷଜନକ ଲାଗି ନାହିଁ। ଏହି ସମୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି କି ସୀମା ଭାରତରେ ପ୍ରବେଶ ପୂର୍ବରୁ କିଛି ସେନା ଅଧିକାରୀଙ୍କୁ ବି ଫ୍ରେଣ୍ଡ ରିକୁଏଷ୍ଟ ପଠାଇଥିଲେ।

Leave a Reply

Your email address will not be published. Required fields are marked *