Spread the love

ନୂଆଦିଲ୍ଲୀ : ଜିଏସ୍‌ଟି କାଉନସିଲର ୫୦ତମ ବୈଠକରେ ବଡ଼ ନିଷ୍ପତ୍ତି। ଅନଲାଇନ୍ ଗେମିଂ, ହର୍ସ ରେସିଂ ଉପରେ ୨୮% ଜିଏସ୍‌ଟି ଲାଗୁ ହୋଇଛି। ଯେତେବେଳେ କି କ୍ୟାନସର ଆଦି ବିରଳ ରୋଗର ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। ସିନେମା ହଲ୍‌ରେ ମିଳୁଥିବା ଖାଦ୍ୟ ଉପରେ ୧୮ ରୁ ୫%କୁ ଜିଏସ୍‌ଟି ହ୍ରାସ କରାଯାଇଛି। ଅଶୋଧିତ ତୈଳ ଉପରୁ ୧୮ରୁ ୫%କୁ ଜିଏସ୍‌ଟି ହ୍ରାସ ନେଇ ଘୋଷଣା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ ଠାରେ ତାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି। ସେବା ଯୋଗାଇ ଦେଉଥିବା ଘରୋଇ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାଟେଲାଇଟ୍ ଲଞ୍ଚର ଉପରେ ମଧ୍ୟ ଜିଏସ୍‌ଟି ଛାଡ କରାଯାଇଛି।

Leave a Reply

Your email address will not be published. Required fields are marked *