Spread the love

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ବିସ୍ତୃତି ବଢିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ। ଏହା ସହ ଆଜି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୱାର୍ଣ୍ଣି ଜାରି କରାଯାଇଛି।
ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଆହୁରି କହିଛନ୍ତି, ରାଜ୍ୟରେ ଏବେ ମୌସୁମୀ ପ୍ରଭାବ ଦୁର୍ବଳ ରହିଛି । ଗତ ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ସ୍ବାଭାବିକଠାରୁ ୮୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ଜୁନ ଆରମ୍ଭରୁ ଏଯାବତ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ମୌସୁମୀ ଦୁର୍ବଳ ଥିଲା, ଏବେ ଏବେ ତାହା ସ୍ବାଭାବିକ ସ୍ଥିତିକୁ ଆସୁଛି। ମୌସୁମୀ ଦୁର୍ବଳ ହେତୁ ଉପକୂଳ ଓଡ଼ିଶାରେ ଆର୍ଦ୍ରତା ୭୦ରୁ ଉର୍ଦ୍ଧ୍ବ ରହୁଛି। ସମଗ୍ର ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି। ୪ ତାରିଖ ପରେ ସମଗ୍ର ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *