Spread the love

ସୁନ୍ଦରଗଡ଼: ଜୁନ୍ ୨୧ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲୁଥିଲେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଖରାଛୁଟିକୁ ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ୨୩ ତାରିଖରେ ଖୋଲିବାକୁ ଥିବା ବିଦ୍ୟାଳୟଗୁଡ଼ିକରେ ୨୫ ତାରିଖ ପର୍ଯ୍ୟନ୍ତ ସାଢ଼େ ୬ଟାରୁ ୧୦ଟା ଯାଏଁ ସକାଳୁଆ ପଢ଼ା ହେବ। ୨୬ ତାରିଖରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶିକ୍ଷାନୁଷ୍ଠାନଗୁଡ଼ିକ ନିୟମିତ ଚାଲିବ। ସରକାରଙ୍କ ନିର୍ଦ୍ଦେଷ ମୁତାବକ ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ଥିତି ଦେଖି ଏଥିରେ ପୁଣି ପରିବର୍ତ୍ତନ କରାଯାଇପାରେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଅସମ୍ଭାଳ ତାତି ଥିବାରୁ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ଦେଖି ଜିଲ୍ଲାରେ ସକାଳୁଆ ପଢ଼ା ନହେଲେ ଖରାଛୁଟି ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *