Spread the love

ଲଣ୍ଡନ : ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଦିନକ ପାଇଁ ଇମିଗ୍ରେସନ ଅଫିସର ହୋଇଛନ୍ତି। ଏଥିସହ ୟୁକେରେ ଅବୈଧ ଭାବେ ରହୁଥିବା ଲୋକଙ୍କୁ ଧରିବାକୁ ବାହାରିଛନ୍ତି। ଏଠାରେ ପୂରା ଦେଶରେ ଚଢ଼େଉ ଜାରି ରହିଥିବା ବେଳେ ଗୃହ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ଚଢ଼ଉରେ ଯୋଗ ଦେଇଛନ୍ତି ୪୩ ବର୍ଷିୟ ସୁନକ। ଯାହାର ଫଟୋ ବାହାରକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି।
ସେ ଉତ୍ତର ଲଣ୍ଡନର ବ୍ରେଣ୍ଟରେ ଚଢ଼ଉରେ ଥିବା ବେଳେ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧି ଥିବା ନଜରକୁ ଆସିଛି। ଦେଶ ବ୍ୟାପୀ ଚଢ଼ଉରେ ପ୍ରାୟ ୧୦୫ ଜଣ ଧରାପଡ଼ିବା ପରେ ଗିରଫ ହୋଇଛନ୍ତି। ଧରାପଡ଼ିଥିବା ଅଭିଯୁକ୍ତଙ୍କ ଭିତରେ ୨୦ଟି ଦେଶର ଲୋକ ଅଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ସୁନକଙ୍କ ଏଭଳି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି।
ୟୁକେରେ ଅବୈଧ ଭାବେ ରହୁଥିବା ବେଳେ ଗିରଫ ହୋଇଥିବା ବିଦେଶୀଙ୍କ ଭିତରୁ ୪୦ ଜଣଙ୍କୁ ସ୍ଥାନୀୟ ଗୃହ ବିଭାଗ ଅଫିସ୍ ଇଭିଗ୍ରେସନ ବେଲ୍‌ ଜରିଆରେ ୟୁକେରୁ ତଡ଼ିପାର କରିବାକୁ ପଦକ୍ଷେପ ନେଇଛି।

Leave a Reply

Your email address will not be published. Required fields are marked *