Spread the love

ଶିମିଳିପାଳରେ ମୁତୟନ ହେବେ ଏପିଆର୍‌ ଫୋର୍ସ । ଆବଶ୍ୟକ ପଡିଲେ ବନ କର୍ମଚାରୀଙ୍କୁ ବନ୍ଧୁକ ପ୍ରଦାନ କରାଯିବ। ମୟୂରଭଞ୍ଜ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ଓ୍ଵାଇଲ୍ଡ ଲାଇଫ୍‌ ପିସିସିଏଫ୍‌ ସୁଶୀଲ କୁମାର ପୋପ୍‌ଲି। ଏହାସହ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟିଛନ୍ତି। ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସରକାରୀ ଅନୁକମ୍ପା ରାଶି ସହ ଶିମିଳିପାଳ ଫାଉଣ୍ଡେସନ ଓ ଏନଟିସିଏରୁ କିଭଳି ଅନୁକମ୍ପା ରାଶି ପ୍ରଦାନ କରାଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପିସିସିଏଫ୍‌ । ସେପଟେ ମୃତକଙ୍କ ସ୍ତ୍ରୀ ଜଣେ ଫରେଷ୍ଟ ଗାର୍ଡ ହୋଇଥିବାବେଳେ ତାଙ୍କୁ ବାରିପଦାରେ ପୋଷ୍ଟିଂ ଦେବାକୁ ଦାବି ହୋଇଛି। ଏହାସହ ମୃତକଙ୍କ ୭ବର୍ଷର ଝିଅର ସମସ୍ତ ପଢା ଖର୍ଚ୍ଚ, ବାପା, ମାଆଙ୍କୁ ପେନସନ୍‌ ପ୍ରଦାନ ସହ ୧ କୋଟି ଟଙ୍କା ଅନୁକମ୍ପା ରାଶି ଦେବାକୁ ଦାବି କରିଛନ୍ତି ବିମଳଙ୍କ ପରିବାର। ଗତ ସୋମବାର ଦିନ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *