Spread the love

ଓ୍ଵାସିଂଟନ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମୁଖ୍ୟ ଟେଡ୍ରୋସ୍ ଆଧାନମ୍ ଗେବ୍ରେୟେସୁସ୍ ଚେତାବନୀ ଦେଇଛନ୍ତି ଯେ ବିଶ୍ୱକୁ ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହିବା ଉଚିତ, ଯାହା କୋଭିଡ୍-୧୯ ମହାମାରୀ ଠାରୁ ଅଧିକ ମାରାତ୍ମକ ହୋଇପାରେ । ସମଗ୍ର ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ମାମଲା କିଛି ମାତ୍ରାରେ ସ୍ଥିର ରହିଥିବା ବେଳେ। ଡବ୍ଲୁଏଚଓ ମୁଖ୍ୟ ଏହି ଚେତାବନୀ ଜାରି କରି ଲୋକଙ୍କ ଚିନ୍ତା ବଢାଇଛନ୍ତି । ଟେଡ୍ରୋସ କହିଛନ୍ତି, ଏକ ବିଶ୍ୱସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବରେ କୋଭିଡ୍-୧୯ର ଅନ୍ତ ହୋଇଥିଲେ ବି କୋଭିଡ-୧୯ ବିପଦ ଟଳିନାହିଁ ।
୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିବା ଅବସରରେ ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ଯେ ଆଗାମୀ ଭୂତାଣୁ ଅନେକ ଲୋକଙ୍କୁ ସଂକ୍ରମିତ କରିବ। ଏଥିପାଇଁ ସେ ଏକ ପ୍ରଭାବଶାଳୀ ବୈଶ୍ୱିକ ବ୍ୟବସ୍ଥାର ଆବଶ୍ୟକତା ରହିଛି, ଯାହା ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତିର ସମାଧାନ ଜାରି ରଖିବ । ଯେତେବେଳେ ପରବର୍ତ୍ତୀ ମହାମାରୀ ପାଖେଇ ଆସୁଛି, ଆମକୁ ନିର୍ଣ୍ଣାୟକ ଏବଂ ସାମୂହିକ ଭାବେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

ଏହି ବୈଠକରେ ଡବ୍ଲୁଏଚଓ ଅଧ୍ୟକ୍ଷ କହିଛନ୍ତି ଯେ ଗତ ତିନି ବର୍ଷ ମଧ୍ୟରେ କରୋନା ମହାମାରୀ ଆମ ଦୁନିଆକୁ ବଦଳାଇ ଦେଇଛି । ଏଥିରେ ପ୍ରାୟ ୭୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ, କିନ୍ତୁ ଆମେ ଜାଣିଛୁ ଯେ ଏହି ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ, ଯାହା କି ପାଖାପାଖି ୨ କୋଟି ହେବ। ଯଦି ଆମେ ପରିବର୍ତ୍ତନ କରିବୁ ନାହିଁ, ତେବେ କ’ଣ କରାଯିବ, କିଏ କରିବ? ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *