Spread the love

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁରର ସ୍ୱେଚ୍ଛାସେବୀ ସଂସ୍ଥା ‘ଆଶା’ର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶନିବାର ରାତିରେ ଏହି ଘଟଣା ଘଟିଛି।
ବଂଶଧାରା ପୋଲ ଉପରେ ବାଇକ୍ ସହିତ ସେ ପଡ଼ିଥିଲେ। ତାଙ୍କ ମୁହଁରେ ଗୁଳି ବାଜିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ତାଙ୍କୁ ଗୁଣପୁର ଡାକ୍ତରଖାନା ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗୌରୀ ମିଶ୍ର ବାଇକରେ ଯାଉଥିବା ବେଳେ ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା କୁହାଯାଉଛି। ତେବେ କିଏ ଏବଂ କାହିଁକି ତାଙ୍କୁ ହତ୍ୟା କଲା, ସେନେଇ କିଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ଖୋଳତାଡ଼ କରୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିଛି।

Leave a Reply

Your email address will not be published. Required fields are marked *