Spread the love

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ସୁଧାକୋଣ୍ଡା-ଆମପଦର କଲର୍ଭଟ ନିକଟରୁ ବିଏସ୍‌ଏଫ୍ ଯବାନମାନେ ଆଇଇଡିକୁ ନି‌ଷ୍କ୍ରିୟ କରିଛନ୍ତି। ସୂଚନା ଅନୁଯାୟୀ, ବିଏସ୍ଏଫ୍‌ ୧୪୨ ବାଟାଲିଆନ ଯବାନମାନେ ଆଜି ସକାଳୁ ତେଲରାଇ ଗ୍ରାମପଞ୍ଚାୟତର ସୁଧାକୋଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ସୁଧାକୋଣ୍ଡା-ଆମପଦର ଗ୍ରାମ ମଧ୍ୟରେ ରହିଥିବା କଲର୍ଭଟ ନିକଟରେ ଗଛ ତଳେ ଆଇଇଡି ବୋମା ଖଞ୍ଜା ଯାଇଥିଲା। ମାଓବାଦୀମାନେ ଏହାକୁ ଖଞ୍ଜିଥିବା କୁହାଯାଉଛି।
ଯବାନମାନ‌େ ସେଠାରୁ ୩ ଲିଟର ବିଶିଷ୍ଟ ଟିଫିନ୍‌ ଆଇଇଡି, ଗୋଟିଏ ଇଲୋଟ୍ରୋନିକ୍ସ ଡିଟୋନେଟର ଓ ୨୦ ଫୁଟ ଲମ୍ବର ଇଲେକ୍ଟ୍ରି ତାର ଜବତ କରିଥିଲେ। ସେଠାରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଆଇଇଡି ବୋମାକୁ ନିଷ୍କ୍ରିୟ କରିଥିଲେ।

Leave a Reply

Your email address will not be published. Required fields are marked *