Spread the love

ଭୁବନେଶ୍ୱର: ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା। ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ମନୋଜ ଆକାଉଣ୍ଟରୁ କୁଆଡେ ଗାୟବ ହେଲା ଏତେ ଟଙ୍କା। ତାକୁ ନେଇ ତାଜୁବ୍‌ STF। ୩ଟି ଆକାଉଣ୍ଟରୁ ୬୫ ଟଙ୍କା ବାହାରିବା ପରେ ଠକ ମନୋଜ ନାଁରେ ଆଉ କେତୋଟି ଆକାଉଣ୍ଟ ଅଛି ତାହା ଜାଣିବା ପାଇଁ RBIକୁ ଚିଠି ଲେଖିଛି STF। ମନୋଜର ବ୍ୟାଙ୍କ ଲକରକୁ ମଧ୍ୟ ଆଜି ଯାଞ୍ଚ କରାଯିବ। ଲକ୍ଷାଧିକ ଟଙ୍କା ଠକି ସେୟାର ମର୍କେଟରେ ଲଗାଇଥିବା ଅନୁମାନ କରୁଛି STF । ସେନେଇ ଖୋଳତାଡ ଚାଲିଛି।

ଅଧିକ ପଚରାଉଚରା ପାଇଁ ମନୋଜକୁ ରିମାଣ୍ଡ ରେ ଆଣିବା ପାଇଁ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ। ନିଜକୁ ଭିଜିଲାନ୍‌ସ ଏସପି ପରିଚୟ ଦେଇ ସରକାରୀ ବାବୁଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲା। ଟଙ୍କା ଆଦାୟ ଓ ଧମକ ଅଭିଯୋଗରେ ପୁରୀ କୃଷ୍ଣପ୍ରସାଦ ବ୍ଲକର ମନୋଜ ମାଝିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏପରିକି ଚାକିରି କରାଇଦେବାକୁ କହି ବହୁ ଆଶାୟୀଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ଠକେଇ କରିଛି।

Leave a Reply

Your email address will not be published. Required fields are marked *