Spread the love

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା।
ସୂଚନାଯୋଗ୍ୟ, ଚଳିତବର୍ଷ ଦେଶର ୪୯୯ ସହରରେ ୨୦ଲକ୍ଷ ୮୭ ହଜାର ୪୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଓଡିଶାରୁ ପ୍ରତିବର୍ଷ ୩୦ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଓଡିଶାରୁ ୫୬ ହଜାର ଛାତ୍ରଛାତ୍ରୀ ସେମାନଙ୍କର ନାମ ପଂଜୀକରଣ କରିଥିଲେ। ଭୁବନେଶ୍ୱର ସମେତ ମୋଟ ୨୭ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜିତ ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ୨ଘଂଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ପରୀକ୍ଷା ହଲ ଭିତରକୁ ହଲ ଟିକେଟ, ପାସପୋର୍ଟ ସାଇଜ ଫଟୋ, ପରିଚୟ ପତ୍ର ବ୍ୟତିତ ଅନ୍ୟ ସମସ୍ତ ଜିନିଷ ନେବାକୁ ବାରଣ କରାଯାଇଥିଲା। ଏଥିସହ ଢିଲା ପୋଷାକ, ସୁନାଗହଣା, ପାଠ ବହି, ଇଲେକ୍ଟଟ୍ରୋନିକ, ଜିନିଷ, ପେନସିଲ,ପେନ ନେବାକୁ ମନା ହୋଇଥିଲା। ଦେଶର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଏନଟିଏ ଏହି ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାସ ଟେଷ୍ଟ ଆୟୋଜନ କରିଥାଏ।

Leave a Reply

Your email address will not be published. Required fields are marked *