Spread the love

ନୂଆଦିଲ୍ଲୀ : ଆସନ୍ତା ବର୍ଷ ୨୦୨୪ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଇତିହାସରେ ଏକ ବିଶେଷ ଦିନଟିଏ ହେବାକୁ ଯାଉଛି। ଗଣତନ୍ତ୍ର ଦିବସ ଉତ୍ସବରେ ଚଳିତ ବର୍ଷ ଦିଲ୍ଲୀର କର୍ତ୍ତବ୍ୟ ପଥରେ କେବଳ ମହିଳା ଯବାନମାନଙ୍କୁ ପରେଡ୍‌ କରିବା ଦେଖିବାକୁ ମିଳିବ। ଏହାଛଡ଼ା ମାର୍ଚ୍ଚିଂ ଓ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ତଥା ପ୍ରସ୍ତୁତିରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରସ୍ତାବ ଉପରେ ବ୍ୟାପକ ବିଚାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଗଣତନ୍ତ୍ର ଦିବସ ଉତ୍ସବରେ ମହିଳାମାନେ ଦୁଃସାହାସୀକ ସମରକଳା ମଧ୍ୟ ଦେଖାଇବେ। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି। ସେପଟେ ଏହି ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆଲୋଚନା ଚାଲିଥିବା ସେନା ପକ୍ଷରୁ ଏନ୍‌ଡିଟିଭିକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *