Spread the love

ଭୁବନେଶ୍ବର : ପୁଲିସ ବାବୁମାନଙ୍କ ମାଇଣ୍ଡ ୱାସ୍‌ କରାଯିବ। ନବନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ଦୂର ପାଇଁ ଉଦ୍ୟମ କରାଯିବ। କମିଶନରେଟ ପୁଲିସ ପ୍ରାଥମିକ ପର୍ଯ୍ୟାୟରେ ୫୦୦ ନବ ନିଯୁକ୍ତ କନଷ୍ଟେବଳଙ୍କ ମାନସିକ ଚାପ ମୁକ୍ତ ପାଇଁ ସ୍ୱତନ୍ତ୍ର ତାଲିମ ଦେବେ ମାନସିକ ରୋଗ ବିଶେଷଜ୍ଞ। ଏଥିପାଇଁ ଇଣ୍ଡିଆନ ସାଇକାଟ୍ରିକ ସୋସାଇଟି ସହ କମିଶନରେଟ ପୁଲିସ ଆଜି ଚୁକ୍ତି ସ୍ୱାକ୍ଷର କରିଛି।

ଏନେଇ ସୂଚନା ଦେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଶାରୀରିକ ଓ ମାନସିକ ଚାପର ବଶବର୍ତ୍ତୀ ହେଉଛନ୍ତି ଅନେକ ପୁଲିସ କର୍ମଚାରୀ। ମାନସିକ ଚାପ ପାଇଁ କେତେବେଳେ ଆତ୍ମହତ୍ୟା କରୁଛନ୍ତି ତ କେତେବେଳେ ନିଶା ସେବନକୁ ଆପଣାଇ ନେଉଛନ୍ତି। ତେଣୁ ସେଥିରୁ ଦୂରେଇ ରହିବା ଦିଗରେ କନଷ୍ଟେବଳଙ୍କୁ ଟ୍ରେନିଂ ଦିଆଯିବ। ନବ ନିଯୁକ୍ତ କନେଷ୍ଟବଳଙ୍କ ଭିତରେ ଏକ ତୃତୀୟାଂଶ ମହିଳା ଅଛନ୍ତି। ଇଣ୍ଡିଆନ ସାଇକାଟ୍ରିକ ସୋସାଇଟିର ପ୍ରାୟ ୫ ଜଣ ବିଶେଷଜ୍ଞ ଏହି ତାଲିମ ଦେବେ। ମାନସିକ ରୋଗ ବିଶେଷଜ୍ଞ ଅମ୍ରିତ ପାଟଯୋଶୀ କହିଛନ୍ତି, ତଳସ୍ତରରେ କାମ କରୁଥିବା ପୁଲିସ କର୍ମଚାରୀଙ୍କ ଉପରେ ସବୁ ପଟରୁ ଚାପ ରହିଥାଏ। ଏହାକୁ ହାଲ୍‌କା କରିବାକୁ ବିଶେଷଜ୍ଞ ଟିମ୍ ଚେଷ୍ଟା କରିବ।

Leave a Reply

Your email address will not be published. Required fields are marked *