Spread the love

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ଶନିବାର ଭାରତୀୟ ସେନାର ଏକ ଆମ୍ବୁଲାନ୍ସ ଘାଟିରୁ ଖସି ପଡ଼ିବାରୁ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଏଲଓସି ନିକଟରେ କେରି ସେକ୍ଟରେ ଏହି ଦୁର୍ଘଟଣା ଘଟିଛି।
ଘାଟି ରାସ୍ତାରେ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ ଅତି ସଂକୀର୍ଣ୍ଣ ବୁଲାଣିରେ ଡ୍ରାଇଭର ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଆଉ ଆମ୍ବୁଲାନ୍ସଟି ଘାଟି ତଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଦୁଇଟିକୁ ଉଦ୍ଧାର କରାଯାଇଛି।
ଗତ ବର୍ଷ ଡିସେମ୍ବର ମାସରେ ସିକ୍କିମରେ ଘାଟିରୁ ସେନାର ଏକ ଗାଡ଼ି ଖସି ପଡ଼ିବାରୁ ୧୬ ଜଣ ଯବାନ ଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆଉ ୪ ଜଣ ଆହତ ହୋଇଥିଲେ।
ସେହିପରି ଗତ ଏପ୍ରିଲ ୨୦ ତାରିଖରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ୍‌କୁ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିବାରୁ ୫ ଜଣ ଯବାନ ସହିଦ ହୋଇଥିଲେ।

Leave a Reply

Your email address will not be published. Required fields are marked *